About Us

underline

ଓଡିଶା ଅର୍ଚେରୀ ଆସୋସିଏସନର ଅଭ୍ୟୁଥାନ

Odisha Archery Association (OAA) ଆଜି Archery ତୀରନ୍ଦାଜୀ ଖେଳର ବିକାଶ, ଶିକ୍ଷା ଓ ପ୍ରସାର ପାଇଁ ମୁଖ୍ୟ ଅନୁବନ୍ଧିତ କ୍ରୀଡା ସଂଘ। ହେଲେ 50 ବର୍ଷ ତଳେ ତୀରନ୍ଦାଜି କ୍ରୀଡାର ରାଜ୍ୟରେ କୌଣସି ଭିତ୍ତିଭୂମି ନଥିଲା। ଏ ଖେଳ କଣ କେହି ଜାଣିନଥିଲେ।

କୌଣସି ସଂଘର ଅଭ୍ୟୁଥାନର ଇତିହାସ ବହୁତ ଦୀର୍ଘ। ଦିଲ୍ଲୀରେ 1981 ମସିହାରେ ହୋଇଥିବା IXth Asian Games ସମୟର କଥା। ତାପୂର୍ବରୁ 1981 ମସିହାରେ ଦିଲ୍ଲୀରେ Indian Gymnastic Association ର ବାର୍ଷିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେବା ପାଇଁ Odisha Gymnastic Association ର ସମ୍ପାଦକ ଶ୍ରୀ ସମୀର ଦତ୍ତ ଓ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯାଇଥିଲେ। ସେଠାରେ ସେମାନେ ଜାତୀୟ Gymnastic Federation ର ସଭାପତି V.K. Malhotraji ଓ Mr. Sharmaji ଙ୍କ ସହ ଆଲୋଚନା କରିଥିଲେ ଓ ଓଡିଶାରେ ରାଜ୍ୟ ଅର୍ଚେରୀ ସଂଘ ଗଢିବାର ଇଚ୍ଛା ପ୍ରକାଶ କରିଥିଲେ। ସମୀର ଦତ୍ତଙ୍କ ପ୍ରଚେଷ୍ଠାରେ ଓଡିଶାରେ ରାଜ୍ୟ ଅର୍ଚେରୀ ସଂଘ ପ୍ରତି ଜାତୀୟ ଅର୍ଚେରୀ ସଂଘର affiliation ର ପ୍ରତିଶୃତି ମଧ୍ୟ ମିଳିଥିଲା। ତା ପର ବର୍ଷ ଜାତୀୟ ଜିମ୍ନାଷ୍ଟିକ ସଂଘର ବାର୍ଷିକ ସଭା କଲିକତାରେ ହୋଇଥିଲା। ଶ୍ରୀ ଶ୍ରଦ୍ଧାନନ୍ଦ ଦାସ ଓ ଶ୍ରୀ ସମୀର କୁମାର ଦତ୍ତ ସେ ସଭାରେ ଭାଗ ନେବା ପାଇଁ କଲିକତା ଯାଇଥିଲେ। ସେଠାରେ ବେଙ୍ଗଲ ଆର୍ଚେରୀ ଆସୋସିଏସନ ପ୍ରଭାବଶାଳି ସମ୍ପାଦକ ପରେଶ ବାନାର୍ଜୀଙ୍କ ସହିତ ସେମାନକର ସାକ୍ଷାତ ହୋଇଥିଲା। ସେଠି ମଧ୍ୟ ଓଡିଶା ଆର୍ଚେରୀ ଆସୋସିଏସନ ଗଠନର ଭିତ୍ତିଭୂମି ସ୍ଥାପନ ହୋଇଥିଲା। ଓଡିଶା ଆର୍ଚେରୀ ଆସୋସିଏସନକୁ ଜାତୀୟ ଆର୍ଚେରୀ ଆସୋସିଏସନ affiliation ଦେବାରେ ସମୀର କୁମାର ଦତ୍ତଙ୍କ ଭୂମିକା ଓ ଅବଦାନ ଅବିସ୍ମରଣୀୟ। ଏହାପରେ ଓଡିଶା ରାଜ୍ୟ ଆସୋସିଏସନ ଆଉ ପଛକୁ ଦେଖିନି। ଆଗକୁ ଆଗକୁ ଆଗେଇ ଚାଲିଛି।

ଓଡିଶା ଆର୍ଚେରୀ ଆସୋସିଏସନ ଗଢା ହେଲା। ଏହାର constitution ତିଆରି ପାଇଁ ସିଦ୍ଧାନ୍ତ ନିଆଗଲା। ଏହାର ସଭା ୧୫ ଅକ୍ଟୋବର ୧୯୮୦ ମସିହାରେ ବାରବାଟୀ ଷ୍ଟାଡିୟମରେ ହୋଇଥିଲା। ଏହି ସଭାରେ ଯେଉଁ Founder Member ଓ Life Member ମାନେ ଯୋଗ ଦେଇଥିଲେ ସେମାନେ ହେଲେ:

  1. Sradhananda Das
  2. Samir Kumar Dutta
  3. D. K. Basu
  4. Rabi Pattnaik
  5. S. S. Sorcar
  6. Satyabrata Kanungo
  7. Bijon Kumar Parija
  8. Trilochan Natia
  9. Ranendra Pratap Swain
  10. Raghunath Sahu
  11. S. K. Patra
  12. Saroj Kumar Singh
  13. S. K. Salim
  14. Banabehari Das
  15. Sridhar Das

ପରବର୍ତ୍ତୀ ସଭା ୨୫ ଜାନୁଆରୀ ୧୯୮୧ ଦିନ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଡ଼. ଫନୀନ୍ଦ୍ର ଭୂଷଣ ଦାସ ସଭାପତି ଆସନ ଅଳଙ୍କୃତ କରିଥିଲେ। ଏହି ସଭାରେ ଓଡିଶା ଆର୍ଚେରୀ ଆସୋସିଏସନର constitution (ସମ୍ବିଧାନ) ଗୃହିତ ହୋଇଥିଲା। ସେହି ସମ୍ବିଧାନ ଅନୁସାରେ ପ୍ରଥମ ନିର୍ବାଚନ ହୋଇଥିଲା। ନିର୍ବାଚନରେ ଯେଉଁମାନେ ନିର୍ବାଚିତ ହୋଇଥିଲେ ସେମାନେ ହେଲେ:

  1. ଡ଼. ଫନୀନ୍ଦ୍ର ଭୂଷଣ ଦାସ (ସଭାପତି)
  2. (a) ସମୀର କୁମାର ଦତ୍ତ (ଉପ-ସଭାପତି)
  3. (b) ରବି ପଟ୍ଟନାୟକ (ଉପ-ସଭାପତି)
  4. (c) କୁମୁଦ ମଲ୍ଲିକ (ଉପ-ସଭାପତି)
  5. ବିଜନ କୁମାର ପାରିଜା (ସମ୍ପାଦକ)
  6. ରଣେନ୍ଦ୍ର ପ୍ରତାପ ସ୍ଵାଇଁ (ଅବୈତନିକ ସହ-ସମ୍ପାଦକ)
  7. ରଘୁନାଥ ସାହୁ (କୋଷଧକ୍ଷ)

୮ ଟି ଜିଲ୍ଲା ଆର୍ଚେରୀ ଆସୋସିଏସନ affiliated ହୋଇ ସାରିଥିଲେ।

  • Ganjam District Archery Association
  • Kalahandi District Archery Association
  • Cuttack District Archery Association
  • Dhenkanal District Archery Association
  • Sambalpur District Archery Association
  • Puri District Archery Association
  • Keonjhr District Archery Association
  • Balasore District Archery Association

ଇତିହାସ ପୃଷ୍ଠାରେ ଓଡିଶା ଆର୍ଚେରୀ ଆସୋସିଏସନର ପ୍ରଥମ ସଭାପତି ଡ଼. ଫନୀନ୍ଦ୍ର ଭୂଷଣ ଦାସ, ପ୍ରଥମ ସମ୍ପାଦକ ଶ୍ରୀ ବିଜନ କୁମାର ପରିଜା ୧୯୮୧ ମସିହାରେ ଓଡିଶାର ପ୍ରଥମ ଦଳ ଜାତୀୟ ଜୁନିୟର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଇଥିଲେ ଜବଲପୁର। ଏହି ଦଳର ପ୍ରଥମ ମ୍ୟାନେଜର ହୋଇ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଜବଲପୁର ଯାଇଥିଲେ। ତାଙ୍କର ପ୍ରଚେଷ୍ଠରେ ଓଡିଶାର ସମ୍ବଲପୁରର ଆଦିବାସୀ ଅଞ୍ଚଳରୁ ତିରନ୍ଦାଜମାନଙ୍କୁ ବଛାଯାଇ ଜବଲପୁର ପଠାଯାଇଥିଲା।ସେଠାରେ ଶ୍ରୀ ସ୍ଵାଇଁ ରେଫରି ପରୀକ୍ଷା ଦେଇ କୃତକାର୍ଜ୍ୟ ହୋଇଥିଲେ ଓ ଜାତୀୟ ସ୍କୋରର ପ୍ଯାନେଲରେ ଅନ୍ତର୍ଭୁକ୍ତ ହୋଇଥିଲେ ଓ ଜବଲପୁର ଜାତୀୟ ପ୍ରତିଯୋଗିତାରେ ସ୍କୋରର ଭାବେ କାର୍ଯ୍ୟ କରିଥିଲେ। ସେ ହେଉଛନ୍ତି ଓଡିଶାର ପ୍ରଥମ Archery Technical Official. ଏହା ପରେ ୧୯୮୨ ମସିହାରେ ଦ୍ଵିତୀୟ ଥର ପାଇଁ ବାଙ୍ଗାଲୋରରେ ହୋଇଥିବା Junior Archery Championship ରେ ଓଡିଶା ଅଂଶ ଗ୍ରହଣ କରିଥିଲା। ତା' ପର ଠାରୁ ଜାତୀୟ ଆର୍ଚେରୀ ପ୍ରତିଯୋଗିତାରେ ଓଡିଶା ଦଳ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଅଂଶ ଗ୍ରହଣ କରି ଆସୁଛି ଓ ଜୁନିୟର ଏବଂ ସବ୍ଜୁନିୟର ବର୍ଗରେ ଭଲ କରୁଛି। ଓଡିଶାରୁ ୪ ଜଣ ତିରନ୍ଦାଜ ଆନ୍ତର୍ଜାତୀୟ ଆର୍ଚେରୀ ପ୍ରତିଯୋଗିତାରେ ଭାରତକୁ represent କରିସାରିଲେଣି। ସେମାନେ ହେଲେ:

  • Rajendra Guia (Senior)
  • Rajesh Hasdak (Senior)
  • Ranjit Nayak (Junior)
  • Sourav Dutta (Junior)

ରାଜ୍ୟ ଆର୍ଚେରୀ ଆସୋସିଏସନର ସଭ୍ୟ, କର୍ମକର୍ତ୍ତା, କୋଚ ମାନଙ୍କ ଅନବରତ ପ୍ରଚେଷ୍ଠା ଯୋଗୁ ଆର୍ଚେରୀ କ୍ରୀଡ଼ାରେ ଅଗ୍ରଗତି ହୋଇପାରିଛି। ଓଡିଶା ଜାତୀୟ ଆର୍ଚେରୀ ମାନଚିତ୍ରରେ ଉପରକୁ ଉଠିଲାଣି। ଓଡିଶାରେ ବିଭିନ୍ନ ବର୍ଗରେ ଜାତୀୟ ଆର୍ଚେରୀ ପ୍ରତିଯୋଗୀତା ଆୟୋଜନ କରାଯାଇ ସାରିଲାଣି। ଆହୁରି କିଛି ହେବାକୁ ଯାଉଛି।

ଅନେକ ସୁନାମ ଅର୍ଜନ କରିଥିବା ବ୍ୟକ୍ତିମାନେ ଏହି ଆସୋସିଏସନର ସଭାପତି ହୋଇସାରିଛନ୍ତି। ସେମାନେ ହେଲେ Prof. (Dr.) Phanindra Bhusan Das, Justice Jugal Kishore Mohanty, Sri Prasanna Kumar Acharya, Sri Sradhananda Das, Sri Prasanna Kumar Hota, I.A.S., Dr. Ajit Kumar Tripathy, I.A.S., Sri Gokul Chandra Pati, I.A.S.। ସମସ୍ତଙ୍କ ଦିଗଦର୍ଶନ ରାଜ୍ୟ ଆର୍ଚେରୀ ଆସୋସିଏସନକୁ ବହୁତ ଆଗେଇ ନେଇଛି। ପ୍ରଥମ ସମ୍ପାଦକ ବିଜନ କୁମାର ପରିଜ।ଙ୍କ ପରେ ଶ୍ରୀ ଶ୍ରଦ୍ଧାନନ୍ଦ ଦାସ ରାଜ୍ୟ ଆର୍ଚେରୀ ଆସୋସିଏସନର ସମ୍ପାଦକ ଥିଲେ। ସେ ଦୀର୍ଘଦିନ ପର୍ଯ୍ୟନ୍ତ ସମ୍ପାଦକ ହୋଇ ରହିଥିଲେ। ତାଙ୍କର ସମୟରେ ଆସୋସିଏସନ ଦ୍ଵାରା ରାଜ୍ୟରେ ଆର୍ଚେରୀ କ୍ରୀଡାର ସର୍ବାଧିକ ବିକାଶ ଓ ଗଠନମୂଳକ କାର୍ଯ୍ୟ କରଯାଇଥିଲା। ଆର୍ଚେରୀ ବର୍ତ୍ତମାନ ଯେଉଁ ସ୍ତରକୁ ଆସିପାରିଛି ତାହା ପାଇଁ ଶ୍ରଦ୍ଧାନନ୍ଦ ଦାସଙ୍କ ପ୍ରଚେଷ୍ଟା ସର୍ବାଧିକ।

ବର୍ତ୍ତମାନ ଓଡିଶାରେ ଆରଚେରୀର ନୋଡାଲ ସ୍କୁଲ, ସାଇ ସେଣ୍ଟର, ସରକାରୀ ସ୍ପୋର୍ଟ୍ସ ହଷ୍ଟେଲ, କିସ ଆର୍ଚେରୀ ସେଣ୍ଟର ଚାଲିଛି। ରାଜ୍ୟରେ ନିରବଚ୍ଛିନ୍ନ ଭାବରେ ବିଭିନ ଜିଲ୍ଲାରେ ରାଜ୍ୟ ଆର୍ଚେରୀ ପ୍ରତିଯୋଗୀତା ଆୟୋଜିତ କରାଯାଉଛି। ଏହା ଛଡା Women Archery Championship ଓ Tribal Archery Meet ମଧ୍ୟ ହେଉଛି। ସର୍ବଶେଷରେ ଏବେ ଢେଙ୍କାନାଳରେ 4th Tribal Archery Meet November, 2022 ରେ ହୋଇଯାଇଛି। Corporate Sector ରେ HAL ତାଙ୍କର ନିଜର ଆର୍ଚେରୀ ସେଣ୍ଟର ଓ ଏକ ଷ୍ଟାଡିୟମ ମଧ୍ୟ ନିର୍ମାଣ କରିଛନ୍ତି। ରାଉରକେଲାରେ ମଧ୍ୟ Gymnastic କୁ ପ୍ରୋସ୍ଛାହନ ଦେବା ପାଇଁ ଆର୍ଚେରୀ ଷ୍ଟାଡିୟମ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଦ୍ଵାରା ନିର୍ମିତ ହୋଇଛି।

ଏଇ ରକମ ଭିନ୍ନ ଭିନ୍ନ ଦିଗରୁ ମିଳୁଥିବା ପ୍ରୋଶ୍ଚାହନ ସହଯୋଗରେ ଆର୍ଚେରୀ ଆଗେଇ ଚାଲିଛି। State Archery Association ର ଇତିହାସ ଓ ସଫଳତା ସୁଦୀର୍ଘ। ଏଠାରେ ତାହାର ଏକ ସଂକ୍ଷିପ୍ତ ଉପସ୍ଥାପନା କରିବାର ପ୍ରଚେଷ୍ଟା କରାଯାଇଛି।

Upcoming Event
underline
  • 25th State Archery Meet 2024 at Jujumara, Sambalpur From 9th To 12th October, 2024

Our Coaches

underline

Our Academies/ Training Centres

underline
...
Cuttack District Archery Training Centre, At-J N Indoor Stadium
Contact: 8763335056
...
Malkangiri Archery Academy, Malkangiri
Contact: 9439018833
...
Boudh Archery Training Centre, Boudh
Contact: 7008061287

Find Us

Contact Us

  • Odisha Archery Association Barabati Stadium Cuttack Odisha Pin - 753005
  • +91-8249768400
  • oaa@archeryodisha.in